ପାଟକୁରା ନିର୍ବାଚନ ମଣ୍ଡଳୀର ତଳକୁସୁମା ପଞ୍ଚାୟତ ରେ ମଙ୍ଗଳବାର ଦିନ ୫ଘଟିକା ସମୟରେ ବଜ୍ରାଘାତ ଯୋଗୁଁ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ନାମକ ଜନୈକ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବରିଜଙ୍ଗା ଗ୍ରାମର ଶିବପ୍ରସାଦ ସାହୁ (ବୟସ-୬୫) ବିଲରୁ ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣା ପଡିଛି। ଏପରି ଦୁଃଖଦ ଖବର ଜଣା ପଡିବା ପରେ ତଳକୁସୁମା ପଞ୍ଚାୟତର ଦୁଇ ପୂର୍ବତନ ସରପଞ୍ଚ ଅଜୟ ଦାଶ ଏବଂ ଅଶୋକ ଜେନା ପିଡ଼ିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ।