ସୁନା ଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ — ୫ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର ଉପରାଜ୍ୟର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷକରି ପ୍ରଭାତ ସମୟରେ ଘଟୁଥିବା ସୁନା ଚେନ୍ ଛିନ୍ତାଇ ଘଟଣାରେ କମିଶନରେଟ୍ ପୋଲିସ, ଭୁବନେଶ୍ୱରଙ୍କ ସଫଳ ତଦନ୍ତ ଓ ସମନ୍ୱିତ ପ୍ରୟାସରେ ଏକ ସକ୍ରିୟ ଛିନ୍ତାଇ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ ହୋଇଛି।
ଗତ ପ୍ରାୟ ୪ ମାସ ଧରି ସକ୍ରିୟ ଥିବା ଏହି ଗ୍ୟାଙ୍ଗ୍ର ୫ ଜଣଙ୍କୁ ଧରାଯାଇଛି, ଯେଉଁଥିରେ ୨ ଜଣ ରିସିଭର୍ ଏବଂ ୧ ଜଣ JCL ଅନ୍ତର୍ଭୁକ୍ତ। ଗ୍ୟାଙ୍ଗ୍ଟି ପାହାଳ, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଏବଂ କଟକ ସଦର ଥାନା ଅଞ୍ଚଳରେ ଛିନ୍ତାଇ କରୁଥିବା ଜଣାପଡ଼ିଛି।
🔹 ପ୍ରାୟ ୭୦ ଗ୍ରାମ୍ ସୁନା ଅଳଙ୍କାର, ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା
🔹 ୮ଟି ସୁନା ଚେନ୍ ଓ ୧ଟି ସୁନା ମୁଦି ଜବତ
🔹 ୫ଟି ମୋଟରସାଇକେଲ୍, ଯେଉଁଥିରେ ଗୋଟିଏ Yamaha R15 ଅନ୍ତର୍ଭୁକ୍ତ
🔹 ୧ଟି କାତୁରୀ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ପ୍ରଭାତ ସମୟରେ ମର୍ଣ୍ଣିଂ ୱାକର୍, ଫୁଲ ତୋଳୁଥିବା ବ୍ୟକ୍ତି ଏବଂ ମହିଳାମାନଙ୍କୁ ଟାର୍ଗେଟ୍ କରୁଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ଭିନ୍ନ ଭିନ୍ନ ମୋଟରସାଇକେଲ୍ ବ୍ୟବହାର କରି ଅପରାଧ ଘଟାଉଥିଲେ ଏବଂ ଛିନ୍ତାଇ ହୋଇଥିବା ସୁନା ଅଳଙ୍କାରକୁ ରିସିଭର୍ମାନଙ୍କ ନିକଟରେ ହସ୍ତାନ୍ତର କରୁଥିଲେ।
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି।ଏହି ଗ୍ୟାଙ୍ଗ୍ର ଅତି କମ୍ରେ ୧୨ଟି ସୁନା ଚେନ୍ ଛିନ୍ତାଇ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି ।
👮 ଅପରାଧ ଯେତେ ସଂଗଠିତ ହେଉ, ଆଇନର ହାତରୁ କେହି ବଞ୍ଚି ପାରିବେ ନାହିଁ।
କମିଶନରେଟ୍ ପୋଲିସ — ନିରାପତ୍ତା, ସେବା ଓ ଭରସା ପାଇଁ ସଦା ଆପଣଙ୍କ ସହ। 🚔
#CommissioneratePolice #BhubaneswarPolice #CuttackPolice #CrimeDetection #ChainSnatching #CrimePrevention #PoliceAction #SafeBhubaneswar #PublicSafety #CommissioneratePoliceBBSRKtk
Odisha Police Organisation DCP Bhubaneswar DCP Kataka