ଶଗଡ଼ା ସିଦ୍ଧେଶ୍ୱର ବାବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ନିବାରଣ ସଚେତନତା ସଭା
ଶଗଡ଼ାସ୍ଥିତ ସିଦ୍ଧେଶ୍ୱର ବାବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମନମୁଣ୍ଡା ଥାନା ଅଧିକାରୀ ଶ୍ରୀଯୁକ୍ତ ଚିରଞ୍ଜିବି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣ ସହ ସଡ଼କ ସୁରକ୍ଷା, ପୋସ୍କୋ (POCSO) ଆଇନ, ସାଇବର ଅପରାଧ ଓ ଧାରା ୪୭ ସମ୍ପର୍କରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଶଗଡ଼ା ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ନୃସିଂହ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସୁଶୀଲ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ଅଧ୍ୟାପକ ବିଭୂତି ଭୂଷଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
#NishaNibarana #AwarenessProgram #ManamundaPolice #Sagada #BoudhNews #OdishaNews #RoadSafety #CyberCrimeAwareness