ପାଇକମାଳ ବ୍ଲକ ସ୍ଥିତ ଶୁକଲିପାହାଡ଼ ଠାରେ ପ୍ରଥମ ଲେଜେଣ୍ଡ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସିଲଭର ଷ୍ଟାର କ୍ରିକେଟ କ୍ଲବ ର ସଭାପତି ଶ୍ରୀଯୁକ୍ତ ବନମାଳୀ ରାଉତିଆ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଯୋଗଦାନ କରିଥିଲେ l ଏହି ଟୁର୍ନାମେଣ୍ଟ ରେ 32 ବର୍ଷ ରୁ ଅଧିକ ହୋଇଥିବା ଖେଳାଡ଼ି ମାନେ ଭାଗ ନେଇଥିଲେ l ଶେଷରେ ବଜରଙ୍ଗ ଏକାଦଶ ଏବଂ ଅଲଫା ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ବଜରଙ୍ଗ ଏକାଦଶ ଦଳ 5 ରନ ରେ ପରାସ୍ତ କରିଥିଲା l ସର୍ବୋତ୍ତମ ବୋଲର ଭାବେ ଅଲଫା ଏକାଦଶ ର ସୃଜନ ଏବଂ ବ୍ୟାଟ୍ସମେନ ଭାବେ ପିଙ୍କୁ ବିବେଚିତ ହୋଇଥିଲେ l
ବିଜୟୀ ଦଳ କୁ 12000 ସହିତ ଏକ ଟ୍ରଫି ଏବଂ ଉପବିଜେତା ଦଳ କୁ 7000 ସହିତ ଏକ ଟ୍ରଫି ପ୍ରଦାନ କରାହୋଇଥିଲl l ବସନ୍ତ ଡନସନା ସ୍କୋରିଙ୍ଗ ଦାଇତ୍ୱ ତୁଲାଇଥିବା ବେଳେ ଦୁଃଖନାସନ ନାୟକ ଧାରବିବରଣୀ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ କିରଣ ପଟେଲ, ପ୍ରବୀର ପ୍ରଧାନ, ତାପସ ସିଂହ, ବସନ୍ତ ପଟେଲ ଏବଂ ଚନ୍ଦନ ବାଗ ସଂଯୋଜନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ନିର୍ମଳ,ପପୁ, ପିଙ୍କୁ, ଛୋଟୁ, ସ୍ୱାଧୀନ, ସମୀର, ଚିନୁ ଏବଂ ଶୁକଲିପାହାଡ଼ କ୍ରିକେଟ କ୍ଲବ ର ର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ l