ଲାଞ୍ଚ ଅଭିଯୋଗରେ JMFC ବରିଷ୍ଠ କିରାଣୀ କୋର୍ଟ ଚାଲାଣ। ମାଲକାନଗିରି ଜିଲ୍ଲା ମାଥିଲି JMFC କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ ଲାଞ୍ଚ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଏକ NBW ମାମଲା ପରିଚାଳନା କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଅଭିଯୋଗକାରୀ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇ ଅଚ୍ୟୁତ କୁମାର ପ୍ରଧାନଙ୍କୁ ଧରାଯାଇଥିଲା। ପରବର୍ତ୍ତୀ ପ୍ରକ୍ରିୟା ଶେଷ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଜୟପୁର ଭିଜିଲାନ୍ସ ଏସପି ଏସ୍. ସୁଶ୍ରୀ ସୂଚନା ଦେଇଛନ୍ତି।