ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଢୋଲମାନ୍ଦଲ ଗାଁ ରେ କାର୍ତ୍ତିକ ପୂର୍ଣ୍ଣିମା ରେ ଏକ ଅଘଟଣ ଘଟିଛି। ସୁଚନା ଅନୁସାରେ ଢୋଲମାନ୍ଦଲ ଗାଁ ର କିଲୋର ପୁଟେଲ (୩୮) ସୋମବାର ଭୋର୍ ସକାଳୁ ୪ ସମୟରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ପୋଖରୀ କୁ ଗାଧୋଇ ପାଇଁ ଯାଇଥିବା ବେଳେ ପାଣି ବୁଡିଯାଇ ତାଙ୍କ ମୃତ୍ୟୁ ହୋଇଛି। ଖବର ପାଇଁ ଘଟଣା ସ୍ଥଳକୁ ତୁରେକେଲା ପୋଲିସ ପହଞ୍ଚି ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାର କୁ ପଠାଇଥିବା ବେଳେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କାଯାଇଛି।