ଭଦ୍ରକ: ଫୋନ ପେ ରେ ୫୦୦ ଟଙ୍କା ପଠେଇବାକୁ ନେଇ ଜଣେ ଉଠା ଦୋକାନୀ ଯାତ୍ରା ଶ୍ରୀ ବିଶ୍ଵଦରବାର ଅଭିନେତା ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ବିଚ୍ ରାସ୍ତାରେ ଚାପୁଡ଼ା ମାରିବା କେତେଦୂର ଠିକ୍ । ଅଭିନେତା ସୌମ୍ୟଙ୍କର ଇଜ୍ଜତକୁ କଣ ଦୋକାନୀ ଭାଇ ଜଣକ ଫେରାଇ ଦେବେ କି ? ଯଦି ଫେରାଇ ପାରିବେନାହିଁ ରାସ୍ତା ଉପରେ ଆମ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଜଣେ ମଞ୍ଚ କଳାକାରଙ୍କୁ ଏମିତି ଚାପୁଡ଼ା ମାରିବାକୁ କିଏ ଅଧିକାର ଦେଲା ? ସର୍ବ ସମ୍ମୁଖରେ ମାଡ଼ ମାରି ଭିଡ଼ିଓ ଭାଇରଲ କରିବା ମନୁଷ୍ୟ ପଣିଆ କି। ଏହା ଦ୍ବାରା ଭଦ୍ରକ ଜିଲ୍ଲାରୁ ଶାନ୍ତିର ବାର୍ତ୍ତା ଯାଉଛି ନା ଅଶାନ୍ତିର। ବୁଦ୍ଧିଜୀବି ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି। ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି। #citykhabarbhadrak