ମହାକାଳପଡା ନିର୍ବାଚନ ମଣ୍ଡଳୀର ଜମ୍ବୁ ପଞ୍ଚାୟତର ୧୦ନଂ ଓ୍ବାର୍ଡରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ସୋମବାର ରାତି ୮ଟା ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଗ୍ରାମର ମୁରବୀ ମହିଳା ଏବଂ ଯୁବକମାନେ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏବଂ ପରେ ଗ୍ରାମର ଉନ୍ନତିକରଣ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିଥିବା ସୂଚନା।