ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ; ଏନେଇ ଭୁବନେଶ୍ୱର ସରକାରୀ ବାସ ଭବନରେ ପ୍ରତିକ୍ରିୟା ରଖିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ଜାରି ରହିଛି ବର୍ଷା । ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର । ଏହାକୁ ନେଇଭୁବନେଶ୍ୱର ବାସ ଭବନରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି ।