ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନୟାପଲ୍ଲୀ ସ୍ଥିତ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୧୦ ଘଣ୍ଟାର ରେଡ୍ ପରେ ବାହାରିଲା ଇଡି ଟିମ
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ଇଡି ଟିମ । ୧୦ ଘଣ୍ଟାର ରେଡ୍ ପରେ ନୟାପଲ୍ଲୀ ଘରୁ ବାହାରିଲା ଇଡି ଟିମ୍ । ନିରଞ୍ଜନଙ୍କ ଘରୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଧରି ବାହାରିଲା ଇଡି। ସୂଚନା ଅନୁସାରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ସକାଳ ଠାରୁ ଜାରି ରହିଥିଲା ଚଢାଉ । କେଉଁ ଘଟଣା ପାଇଁ ଇଡି ଚଢାଉ କରିଛି ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ |