ଟିଟିଲାଗଡ: ତୁଷୁରା ଥାନା ଖଗସି କନା ଗାଆଁରେ ଅଘଟଣ - ଦାନ୍ତ ଘଷୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ଚାଲିଗଲା ଜୀବନ।
ଦାନ୍ତ ଘଷୁଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ଚାଲିଗଲା ଜୀବନ। ନଳକୂପରେ ପାଣି ମାରୁଥିବା ବେଳେ ତାର ଛିଣ୍ଡି ପଡ଼ିଯିବାରୁ ଚାଲିଗଲା ଜୀବନ। ମୃତକ ବ୍ୟକ୍ତି ଜଣକ ହେଲେ ତୁଷୁରା ଥାନା ଖଗସି କନା ଗାଁର ବ୍ରଜବନ୍ଧୁ ପଧାନ ବୋଲି ଜଣାପଡିଛି।ଆଜି ସକାଳୁ ବ୍ରଜବନ୍ଧୁ ଶୌଚ ହୋଇ ଆସିବା ପରେ ଦାନ୍ତ ଘଷିବା ପରେ ନଳକୂପକୁ ପାଣି ମାରିବାକୁ ଯାଇଥିଲେ। ହେଲେ ଏହି ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ନଳ କୂପରେ ପଡ଼ିବାରୁ ତାଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ନଳକୂପ ନିକଟରେ ମୃତଦେହ ପଡ଼ିଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।