ଟିଟିଲାଗଡ ମହାଶିବରାତ୍ରୀ ପାଇଁ ଆୟୋଜିତ ହୋମ ଯଜ୍ଞର ପଡ଼ିଲା ପୂର୍ଣ୍ଣାହୁତି - ମେଳା ଚାଲିବ ୨୨ ପର୍ଯ୍ୟନ୍ତ ଟିଟିଲାଗଡ - ଟିଟିଲାଗଡର ପବିତ୍ର ମହ ଶିବରାତ୍ରୀ ପାଇଁ ୧୪ ତାରିଖରୁ ଅଧିବାସ ଆରମ୍ଭ ୧୫ ତାରିଖରୁ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ପ୍ରଭୁ ଧବଳେଶ୍ବରଙ୍କ ପାଇଁ ଚଣ୍ଡୀ ପାଠ, ବିଷ୍ଣୁ ସହସ୍ରନାମ, ନବଗ୍ରହ ପୂଜା, ସର୍ବ ଦେବା ଦେବି ପୂଜା ହୋଇ ଶୁକ୍ରବାର ଅପରାହ୍ନରେ ହୋମ ଯଜ୍ଞର ପୂର୍ଣ୍ଣାହୁତି ପଡ଼ିଛି। ତେବେ କର୍ତ୍ତା ଭାବେ ସଞ୍ଜୀବ କୁମାର ପାଢୀ, ସପତ୍ନି ପ୍ରଣତି ପାଢୀ, ସୁବୋଧ ଦାସ, ସପତ୍ନୀ ଅଞ୍ଜୁ ଲତା ଦାସ ଓ ଅନ୍ଯ କର୍ତ୍ତା ମାନେ ପୂଜାରେ ବସିଥିଲେ।