#ଜୁନାଗଡ଼ରେ_ବିଜେପିର_ବୁଦ୍ଧିଜୀବୀ_ସମ୍ମିଳନୀ_ଯୋଗଦେଲେ_ସ୍ୱାସ୍ଥ୍ୟମନ୍ତ୍ରୀ_ମୁକେଶ_ମହାଲିଙ୍ଗ ll Charchatv
ଜୁନାଗଡ଼ ହୋଟେଲ ଓରିଅନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଜୁନାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜୁନାଗଡ଼ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ଓ ଭବସିନ୍ଧୁ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ମିଳନୀରେ ବୁଦ୍ଧିଜୀବୀଙ୍କ ଭୂମିକା, ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ମତବିନିମୟ କରାଯାଇଥିଲା। ଏଥିରେ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇଥିଲେ।
#BJPGovernment #PoliticalNews #MukeshMahaling #charchatv #NewsUpdate #BreakingNews