#ସାମ୍ପ୍ରତିକ_ସମୟରେ_ବେକାରୀ_ସମସ୍ୟା_ବଢ଼ି_ଯାଉଥିବା_ବେଳେ_ବିଭାଗ_ପକ୍ଷରୁ_ନୂଆ_କୃଷି_ଉଦ୍ୟୋଗୀ_ସୃଷ୍ଟି_ଉପରେ_ଗୁରୁତ୍ୱ_ଦେଇଥିଲେ।l Charchatv
ରସୁଲପୁର ବ୍ଲକ ମଧୁପୁର ନୋଡାଲ ହାଇସ୍କୁଲ ପାଡ଼ିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଥିଲା। ଜିଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଏଥିରେ ଯୋଗ ଦେଇ ବ୍ଲକରେ ରହିଥିବା ଦୁଗ୍ଧ ଚାଷୀ, ମତ୍ସ୍ୟ ଚାଷୀ ତଥା କୁକୁଡ଼ା ପାଳକ ସହ ମାନଙ୍କୁ ଉତ୍ସାହିତ କରିବା ସହ କିଭଳି ଉଦ୍ୟୋଗୀ ସୃଷ୍ଟି ହୋଇ ପାରିବେ ଆଲୋଚନା କରିଥିଲେ। ସାମ୍ପ୍ରତିକ ସମୟରେ ବେକାରୀ ସମସ୍ୟା ବଢ଼ି ଯାଉଥିବା ବେଳେ ବିଭାଗ ପକ୍ଷରୁ ନୂଆ କୃଷି ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ମିଶନ ଶକ୍ତି ମହିଳା ଗ୍ରୁପ ପକ୍ଷରୁ ବିଭିନ୍ନ ପ୍ରଜ୍ଞାପନ ତଥା ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଏକାଧିକ ଉଦ୍ୟୋଗୀ ମାନଙ୍କୁ ସେମାନଙ୍କର ବକେୟା ରହିଥିବା ରିହାତି ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ବୀମା ରାଶି ଉପଭୋକ୍ତା ମାନଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୬ ଗୋଟି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରିଥିଲେ ।
#mela #fisherman #cowfarmer #fish #cow #charchatv #BreakingNews #LatestNews #NewsUpdate
Bhubaneswar M Corp, Khordha | Oct 29, 2026