Public App Logo
ମାଲକାନାଗିରି: ଗତ କାଲି ରାତିରେ ନୂଆ ମେଡିକାଲ୍ ରୋଡ୍‌ସ୍ଥିତ ଆର.କେ ଟାୱାର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ​ରାସ୍ତା ଉପରେ ଗୋଟିଏ ଗାଈ ଶୋଇଥିବା ବେଳେ, ଗୋଟିଏ ସ୍କୁଟିରେ ୩ ଜଣ ବ୍ୟକ୍ତି ଆସି ନିୟନ୍ତ୍ରଣ ହରାଇ ଗାଈ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ସ୍କୁଟିଟି ଓଲଟି ପଡ଼ିବାରୁ ସ୍କୁଟିରେ ଥିବା ୩ ଜଣ ବ୍ୟକ୍ତି ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ​ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ​#Malkanagiri #AccidentNews #MalkanagiriNews #RoadSafety #OdishaNews #LocalNews - Malkangiri News