ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ପ୍ରଧାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ପ୍ରଧାନଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ଶ୍ରୀଯୁକ୍ତ ପ୍ରଧାନଙ୍କ ନିଷ୍ଠାପର ସେବା, କାର୍ଯ୍ୟଦକ୍ଷତା ଓ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସମ୍ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଆଗାମୀ ଭବିଷ୍ୟତ ଓ ନିରାମୟ ଜୀବନ ପାଇଁ ଶୁଭକାମନା ଜଣାଯାଇଥିଲା।
#Boudh #BEO #FarewellCeremony #OdishaNews #EducationDepartment