ଚିତ୍ରକୋଣ୍ଡା :କାଠ ଉପରେ ଯାତାୟାତ କରି ନଦୀ ପାରହେଉଛନ୍ତ ଗ୍ରାମ ବାସି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ରାଲେଗଡା ପଞ୍ଚାୟତର କଣ୍ଟାଗୁଡା ଗ୍ରାମରେ ନଦୀଉପରେ ବିପଦ ସଂକୁଳ ଅବସ୍ଥାରେ କଣ୍ଟାଗୁଡା ଲୋକେ ପ୍ରତିଦିନ ଯିବାଆସିବା କରିଥାନ୍ତି । କିନ୍ତୁ ଏହି ନଦୀରେ ବର୍ଷା ଦିନହେଲେ ନଇଁ ବଢିଗଲେ କଣ୍ଟାଗୁଡା ଗ୍ରାମଲୋକେ ଅନ୍ୟ ପାର୍ସକୁ ଯାଇପାରନ୍ତି ନାହିଁ ଏବଂ ଦେହ ଖରାପ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଯାଇପାରନ୍ତି ନାହିଁ କିମ୍ବା କୌଣସି ବିଧବା ଭତା /ବାର୍ଦ୍ଧକ୍ୟ ଭତା ପାଇଁ ମଧ୍ୟ ଯାଇପାରନ୍ତି ନାହିଁ । ତେଣୁ ଏହି ନଦୀରେ ଗୋଟିଏ ବ୍ରିଜ ନିର୍ମାଣ କରାଗଲେ ଗ୍ରାମର ଶିଶୁମାନେ ଅଙ୍ଗନବାଡି ଓ ସ୍କୁଲରେ ପାଠ ପଢ଼ିବାରେ ସୁବିଧା ହୁଅନ୍ତା ଓ ଇନ୍ଦିରାଆବାସ ଗୃହର ସୁବିଧା ଇତ୍ୟାଦି ଶିକ୍ଷା /ସ୍ୱାସ୍ଥ୍ୟ /ପାନୀୟ ଜଳର ସମସ୍ୟା ଦୂର ହୁଅନ୍ତା ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି