#ବୈତରଣୀ_ନଦୀର_ଦଶାଶ୍ୱମେଧ_ଘାଟରେ_ବୋଇତ_ବନ୍ଦାଣ_ଉତ୍ସବ
ଯାଜପୁର ଦେଇ ପ୍ରବାହିତ ପୁଣ୍ୟାତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ପରିଷଦର ସଭାପତି ପ୍ରତିମା କରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବକୁ ଯାଜପୁର ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସର ରେ ଯାଜପୁର ବିଧାୟୀକା ସୁଜାତା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶା ର ଐତିହ ପରମ୍ପରା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଯାଜପୁର ପୌରପାଳିକାର ଅଧ୍ୟକ୍ଷ ରଂଜୁଲତା ହୋତା, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଚିନ୍ମୟ ଦାସ ପ୍ରମୁଖ ଯୋଗଦେଇ ଅତୀତର ନୈବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲାସ୍ତରୀୟ ବୋଇତବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ସାଧବ ପୁଅ ବହୁ ବେଶ ହୋଇ ବୈତରଣୀ ନଦୀକୂଳରେ ବୋଇତ ବନ୍ଦାପନା କରିଥିଲେ । ଏହି ବୋଇତ ବନ୍ଦାଣ ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ଗୀତା ଆବୃତି ପ୍ରତିଯୋଗୀତା ଏବଂ ସୁନ୍ଦର ବୋଇତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
#KartikaPurnima #KartikPurnima #lntvnetwork #JajpurNews #jajpurkhabar #Aeiodisha #facebookvideo #facebookviral
Bhubaneswar M Corp, Khordha | Nov 24, 2026