ଲୋଇସିଂହା: ବଲାଙ୍ଗିରରେ ଦେଶୀୟ ଧାନ କିସମ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିରରେ ପାରମ୍ପରିକ ଦେଶୀୟ ଧାନ କିସମର ସଂରକ୍ଷଣ ଓ ଉପଯୋଗିତା ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ କ୍ଷେତ୍ର ଦିବସ ଓ ସ୍ୱାଦ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଯୋଗଦେଇ ପୁଷ୍ଟିକର ଧାନ ଚାଷ ଓ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।