ଜୟପୁର ଆଶ୍ରମ ନଗରରେ ବାଘ ଆତଙ୍କକୁ ନେଇ ଚିନ୍ତା ବଢ଼ିଛି।
ଆଶ୍ରମ ନଗର ଅଞ୍ଚଳରେ ଚଳପ୍ରଚଳ କରୁଥିବା ଜନ୍ତୁଟି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଛି ସ୍ୱତନ୍ତ୍ର କ୍ୟାମେରା।
କେବଳ ସେତିକି ନୁହେଁ, ରାତି ସମୟରେ ବନ ବିଭାଗ କର୍ମଚାରୀମାନେ ମଧ୍ୟ ଛକି ବସି ଜନ୍ତୁଟିର ଗତିବିଧି ଉପରେ ନଜର ରଖିବେ।
ବନ ବିଭାଗର ଅନୁଧ୍ୟାନ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
Koraput Town, Koraput | Aug 18, 2026