ଧରାକୋଟ: ବ୍ଲକ ରେ ନୂତନ ଯୋଗାଣ ନୀରିକ୍ଷକ ଙ୍କ କାର୍ଯ୍ୟରେ ଯୋଗଦାନ
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ନୂତନ ଯୋଗାଣ ନୀରିକ୍ଷକ ଭାବରେ ବିଭୁ ଚରଣ ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ବ୍ଲକ ପରିସରରେ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ବ୍ଲକର ଅଠର ଗୋଟି ପଞ୍ଚାୟତ ର ଯୋଗାଣ ସହାୟକ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି ଅବସରରେ ନୂତନ ନୀରିକ୍ଷକ ରାସନ କାର୍ଡ ସହ ଇ କେ ୱାସି କରିବା, ରାସନ କାର୍ଡ ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ,ରାସନ ସାମଗ୍ରୀ ର ସୁଷମ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ ।