ବୀରମିତ୍ରପୁର ଶ୍ରମ ଶକ୍ତି ମହାବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରାର୍ଥୀ ପ୍ରିୟ ସାହୁ,ଉପସଭାପତି ପ୍ରତିଭା କେରକେଟା, ସମ୍ପାଦକ ଶୃଷ୍ଟି ମିଂଜ଼, ଯୁଗ୍ମ ସଚିବ ମମତା ଇଂଦ୍ୱାର, ସଂକୃତିକ ସଚିବ ଯୁଗଲ ସାହୁ, Day Scholar Society ସଚିବ ଶାରିକ ଆଲମଙ୍କ ବିଜୟ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବୀରମିତ୍ରପୁର ବିଧାୟକ ଶ୍ରୀ Rohit Joseph Tirkey ଏବଂ ବୀରମିତ୍ରପୁର ସହର ବାସି|
ଆଶା ଓ ବିଶ୍ୱାସ, ଆଗାମୀ ଦିନରେ ତୁମ ନେତୃତ୍ୱରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂଆ ଅଧ୍ୟାୟ ସୃଷ୍ଟି ହଉ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଏକ ସୁନ୍ଦର ଶୈକ୍ଷିକ ପରିବେଶ ଗଠନ ଦିଗରେ ତୁମର ପ୍ରୟାସ ସଫଳ ହେଉ ବୋଲି ବିଧାୟକ ପରାମଶ ଦେଲେ ।
ଛାତ୍ରଛାତ୍ରୀଙ୍କ ଆଶା, ଯୁବଶକ୍ତିର ବିଶ୍ୱାସ ଓ ବିକାଶର ସଂକଳ୍ପ ନେଇ ଆଗକୁ ବଢ଼।
ବିଧାୟକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ ନେତୃତ୍ୱ କାମନା କରିଛନ୍ତି
ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ବୀରମିତ୍ରପୁର ନାଗରପାଳ ସନ୍ଦୀପ ମିଶ୍ର,ବିଧାୟକ ପ୍ରାର୍ଥନିଧି ଶଶି ସାଗର, ନଗର ସଭାପତି କୁନା ଦେଓ, ଉପ ନଗରପାଳ ନିବେଦିତା ବାଗେ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଛାତ୍ର ନେତା ତଥା ବିଧାୟକ ଙ୍କ ଆଇନ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ଚୈତନ ତିୱାରି, ସାକିବ ରାଜ଼ା, ଜାନୁ ଆଲମ ,ସଚିନ ତିୱାରି, ଅନୁଜ ସାହୁ, ଆମନ ଖାଁ, ଯୁବ ନେତା ଅକ୍ଷୟ ବିର୍ଘଣ୍ଠିଆ କାଉନସିଲର କମଲେଶ ସିଂ, ମୋନା କେଶରି, ଜ୍ୟୋତି କେରକେଟା, ରିତା ବଡ଼ଇକ, ମହେଶ ସାହୁ, ଉପସ୍ଥିତ ଥିଲେ |