କୋରାପୁଟ ସହର: କୋରାପୁଟ ସ୍ଵତନ୍ତ୍ର ସର୍କିଟ ହାଉସରେ ଅପରାହ୍ନ ସମୟରେ ବିଭିନ୍ନ ଆଲୋଚନା ବୈଠକରେ ଯୋଗଦେଲେ ରାଜ୍ୟପାଳ
କୋରାପୁଟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଅପରାହ୍ନ ୪ଟା ସମୟରେ ଦାମନଯୋଡି ନାଲକୋ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ନାଲକୋ ନବରତ୍ନ ଠାରୁ ମହା ରତ୍ନ ରେ ରୁପାନ୍ତରିତ ହେବାକୁ ପ୍ରସ୍ତୁତି ହେଉଥିବା ବେଳେ ଏହାର ସ୍ଥିତି ପଚାରି ବୁଝିବା ସହ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତିକରଣ ପଚାରି ବୁଝିଥିଲେ। ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସ୍ଵାସ୍ଥ୍ୟ ସେବା ଓ ଭିତ୍ତିଭୂମି ପଚାରି ବୁଝିଥିଲେ। ଏଥିସହ ବୈପାରିଗୁଡାର ହର୍ଷିତା ପ୍ରିୟଦର୍ଶିନୀ ସହ ଭାରତୀୟ ରେଡକ୍ରସ ସୋସାଇଟିର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ