ଜୟପୁର ବିକ୍ରମ ଦେବ ୟୁନିଭର୍ସିଟିରେ ଖୋଲିଲା ହେଲ୍ପଡେସ୍କ
ନୂତନ ଶିକ୍ଷାବର୍ଷରେ ନାମଲେଖା ଓ ବିଭିନ୍ନ ଶିକ୍ଷାଗତ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇବା ପାଇଁ ଜୟପୁର ବିକ୍ରମ ଦେବ ୟୁନିଭର୍ସିଟି ପରିସରରେ ଏକ ହେଲ୍ପଡେସ୍କ ଖୋଲାଯାଇଛି। ଏହି ହେଲ୍ପଡେସ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନାମଲେଖା, ଦଲିଲପତ୍ର ଯାଞ୍ଚ, ପାଠ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଶିକ୍ଷାଗତ ସମସ୍ୟାର ସମାଧାନ ପାଇପାରିବେ।
ଏହି ସେବା କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ସହ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାମାନେ ସକ୍ରିୟ ଭାବେ ଯୋଗଦେଇ ମଞ୍ଚ ସମ୍ଭାଳିବା ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି। ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି।
📍 ଜୟପୁର, କୋରାପୁଟ
#Jeypore #VikramDevUniversity #HelpDesk #BijuChhatraJanataDal #BYJD #StudentSupport #KoraputNews #JeyporeNews #OdishaNews #Education #OpenLensOdisha