ପାରଳାଖେମୁଣ୍ଡି: କଣ୍ଡୁରୁ ଗ୍ରାମର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ୫ଟି ବାଇକ ସହ ଛଅ ଜୁଆରିଆ ଗିରଫ
କଣ୍ଡୁରୁ ଗ୍ରାମର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ୫ଟି ବାଇକ ସହ ଛଅ ଜୁଆରିଆ ଗିରଫ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ତଥା କାଶୀନଗର ଥାନା ଅନ୍ତର୍ଗତ କଣ୍ଡୁରୁ ଗ୍ରାମର ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଛଅ ଜଣ ଜୁଆରିଆ ଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଉକ୍ତ ଗ୍ରାମର ଏକ ମୁକ୍ତ ଆକାଶ ସ୍ଥଳରେ ଜୁଆରିଆ ମାନେ ଖେଳୁଥିବା କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗ୍ରାମରେ ପହଞ୍ଚି ଚଢ଼ଉ କରି ଥିଲେ। ଏହି ଚଢାଉ ବେଳେ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା, ୫ଟି ବାଇକ, ପାଞ୍ଚଟି ମୋବାଇଲ ଫୋନ୍ ଆଠଟା ସାର ପକେଟ୍ ସହ ଛଅ ଜଣକୁ ଗିରଫ କରାଯାଇଥିଲା।