SMS News Bureau Bisra
ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବିଧାୟକ|
ଲଗାଣ ବର୍ଷା ଯୋଗୁଁ ବିଶ୍ରା ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।
ଆଜି ମାନ୍ୟବର ବୀରମିତ୍ରପୁର ବିଧାୟକ, ଶ୍ରୀ Rohit Joseph Tirkey ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ଗୁଡିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ସମୟରେ ତାଙ୍କ ସହ ପାନପୋଷ ଉପ-ଜିଲ୍ଲାପାଳ, ଚନ୍ଦ୍ରକାନ୍ତ ବେହେରା , ବିଶ୍ରା ବିଡିଓ,ବିଶ୍ରା ତହସିଲଦାର ଏବଂ ବିଜେଡି ର ଯୁବନେତା ସୋମନାଥ ରାହା, ବିକ୍ରମ ସିଂ,ତାରିକ ଆଜ଼ିଜ଼ ଏବଂ ଅନନ୍ୟା ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ।
ବିଧାୟକ ଧୋଇଯାଇଥିବା ରାସ୍ତା, ପୋଲ ଏବଂ ଜଳବନ୍ଦୀ ହୋଇଥିବା ଗାଁ ଗୁଡିକୁ ବୁଲି ଦେଖିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ।
ସେ ଅଧିକାରୀମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ, ଜଳ ନିଷ୍କାସନ, ରିଲିଫ ବଣ୍ଟନ ଏବଂ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ କଥା ହୋଇ ପୁନଃ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅର୍ଥ ମଞ୍ଜୁର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
#smsnewsnetwork #bisra #mla #rohitjosephtirkey #rainaffectedarea #somnathraha #BDO #TAHSILDAR