#ଅଣ_ନିଶ୍ବାସୀ_ହୋଇ_ଦଳ_ଛାଡୁଛନ୍ତି_ବିଜେପି_କର୍ମୀ
ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବା ବେଳେ ଅଣ ନିଶ୍ବାସୀ ହୋଇ ଦଳ ଛାଡୁଛନ୍ତି ବିଜେପି କର୍ମୀ ଓ ନେତା। ଯାଜପୁର ନିର୍ବାଚନ ମଣ୍ଡଳୀ ର ବାସୁଦେବପୁର ପଞ୍ଚାୟତ ସରପଞ୍ଚ କାହ୍ନୁ ତରାଇ ବିଜେପି ଦଳରେ ଅଣ ବିଶ୍ବାସୀ ହୋଇ ଦଳୀୟ ପ୍ରାଥମିକ ସଭ୍ୟ ରୁ ଇସ୍ତଫା ଦେଇ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ଦଳର ଜିଲ୍ଲା ସଭାପତିଙ୍କୁ ପତ୍ର ଲେଖିଛନ୍ତି । ଦଳରେ କାର୍ଯ୍ୟ କରିବାର ସୁଯୋଗ, ସହଯୋଗ ଓ ଉତ୍ସାହ ମିଳୁନଥିବା ନେଇ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ନୂତନ ସରକାର ଆସିବା ପରେ ଦଳରେ ଯୋଗଦେବା ପରେ ସଂଗଠନର କାର୍ଯ୍ୟ କରିବା ସହ ଲୋକଙ୍କ ପାଇଁ କାମ କରିବାର ଆଶା ରଖିଥିଲେ। କିନ୍ତୁ ତାଙ୍କୁ ଆଶାନୁରୂପ ସୁଯୋଗ ଓ ସହଯୋଗ ମିଳିନଥିବା ସେ କହିଛନ୍ତି। ଏପରିକି ତୃଣମୂଳ ସ୍ତରର କର୍ମୀ ଏବଂ ମହିଳା କର୍ମୀମାନଙ୍କୁ ଦଳରେ କାମ କରିବାର ଯଥେଷ୍ଟ ସୁଯୋଗ ମିଳୁନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାରଣରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପତ୍ରରେ ଉଲ୍ଲେଖ ସାମ୍ବାଦିକ ସମିଳନୀ କରିଛନ୍ତି ।
#BJPOdisha #ବିଜେପି #ବିଜେପିଓଡ଼ିଶା #lntvnetwork #JajpurNews #jajpurkhabar #Aeiodisha