କୋରାପୁଟ ସହର: ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ଦାୟିତ୍ୱ, ମହିଳା ସଭାପତି ଭାବେ ନିଯୁକ୍ତ ନେଇ ବିଜ୍ଞପ୍ତି ପ୍ରକାଶ
କଂଗ୍ରେସ ପକ୍ଷରୁ ବରିଷ୍ଠ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ରବିବାର ଅପରାହ୍ନ ୪ଟା ସମୟରେ ଏକ ବିଜ୍ଞପ୍ତି ଜାରି କରିଛି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ମିନାକ୍ଷୀ ଙ୍କୁ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିବା ମୀନାକ୍ଷୀ ହେଉଛନ୍ତି ଦଳର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ.