#ବିଜୁ_ଜନତା_ଦଳର_କର୍ମୀ_ବୈଠକ !
ବସ୍ତା: ବସ୍ତା ବ୍ଲକ ଅନ୍ତର୍ଗତ ପତ୍ରଝଡ଼ା ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ଅନ୍ତର୍ଯ୍ୟାମୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟକ୍ରମ ଓ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା। ବୈଠକରେ ବସ୍ତା ର୍ନିବାଚନ ମଣ୍ଡଳୀର ସଂଯୋଜକ ମହାଦେବ ଦାସ, ଏନଏସି ସଭାପତି କମଳାକାନ୍ତ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ପୂର୍ଣ୍ଣଚନ୍ଦ୍ର ଜେନା, ରାଜେଶ କୁମାର ଗିରି, ଦେବେନ୍ଦ୍ର ବେହେରା,ସୁରେନ୍ଦ୍ର ସେଠୀ,ରାଜକିଶୋର ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।
ବୈଠକରେ ଦଳୀୟ କର୍ମୀମାନେ ଏକତାବଦ୍ଧ ହୋଇ ସଂଗଠନକୁ ଆହୁରି ମଜବୁତ କରିବା ସହ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।
#mahimatv #BASTA #patrajhada
@topfans Naveen Patnaik Mahadev Das Jyoti Prakash Panigrahi Rajkishore Behera Ajit Kumar Sahoo Journalist Debi Prasad Mishra