#ମୃତ_ନାବାଳିକାଙ୍କ_ପରିବାରକୁ_ଭେଟିଲା_ବିଜେଡିର_ଜିଲ୍ଲାସ୍ତରୀୟ_ଟିମ୍
ଉଚ୍ଚସ୍ତରୀୟ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିବାକୁ ଦାବି
ମୃତ ନାବାଳିକାଙ୍କ ପରିବାରକୁ ଭେଟି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି ବିଜୁ ଜନତା ଦଳର ଏକ ଜିଲ୍ଲାସ୍ତରୀୟ ଟିମ୍। ନାବାଳିକାଙ୍କ ଘରେ ପହଞ୍ଚି ଟିମ୍ର ସଦସ୍ୟମାନେ ପରିବାରବର୍ଗଙ୍କ ସହ ଆଲୋଚନା କରିବା ସହ ଘଟଣା ସମ୍ପର୍କରେ ତଥ୍ୟ ନେଇଥିବା ଦେଖିବାକୁ ମିଳିଛି।ଏହି ହୃଦୟବିଦାରକ ଘଟଣାରେ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଜେଡି ଟିମ୍ ଦାବି କରିଛି। ଏଥିସହିତ ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ କାହ୍ନୁଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ଆଇନ ପରିସରକୁ ଆଣିବାକୁ ଦାବି ହୋଇଛି।
ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ସହ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେଡି ଟିମ୍ ଗୁରୁତ୍ୱାରୋପ କରିଛି। ତଦନ୍ତକୁ ନିରପେକ୍ଷ ଓ ତ୍ୱରିତ କରି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ମଧ୍ୟ ଦାବି କରାଯାଇଛି।
#mahimatv #jalasore
Naveen Patnaik Rajkishore Behera CMO Odisha Biju Janata Dal Odisha Jyoti Prakash Panigrahi Odisha Police Organisation Ajit Kumar Sahoo Journalist Ipshitaa Sahoo Dr.Lekhasri Samantsinghar
Basta, Balasore | Oct 23, 2026