ବୁଧବାର ଦିନ ବୌଦ୍ଧ ବ୍ଲକ ମୁର୍ଶୁଣ୍ଢ1 ପଞ୍ଚାୟତ ପଲାସ ଗ୍ରାମ ସ୍ଥିତ ଶ୍ରୀ ଧବଳେଶ୍ୱର ଶୈବ ପୀଠରେ ସାତ ଦିନ ଧରି ଚାଲିଥିବା ଶିବ ପୁରାଣ ପାରାୟଣ ଉଦଯାପିତ ହୋଇ ଯାଇଛି l ପୁରାଣ ଗାୟକ ଧରଣୀ ଧର ପୁରୋହିତ ଶିବ ପୁରାଣ ପଠନ କରିଥିଲେ | ଅଁଳା ନବମୀ ଠାରୁ କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରତିଦିନ ଯୋଗ ଦେଇ ଶିବ ମହିମା ଶ୍ରବଣ କରିଥିଲେ |