ମହିଳା ବ୍ରାଉନ ସୁଗାର ପେଡଲର ଗିରଫ ବା ଷ୍ଟୋକିସ୍ଟ ଗିରଫ। ଜଳେଶ୍ୱର ରୁ ପଶ୍ଚିମବଙ୍ଗ କୁ ଚାଲାଣ କରିବା ପୂର୍ବରୁ ଛଦ୍ମ ବେଶ ରେ ଯାଇ ପେଡଲର ଙ୍କ ଘରକୁ ୨୭୨ ଗ୍ରାମ ବ୍ରାଉନ ସୁଗାର ଆଣୁଥିବା ସମୟ ରେ ମାଡି ବସିଲା ପୋଲିସ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗ୍ରାମର ଜବଦା ବିବିଙ୍କ ଘରକୁ ବ୍ରାଉନ ସୁଗାର ଷ୍ଟୋକ ପାଇଁ ଆଣିଥିଲେ ରାତିରେ ପଶ୍ଚିମବଙ୍ଗ କୁ ରାତିରେ ଚାଲାଣ ହୋଇଥାନ୍ତା ବ୍ରାଉନ ସୁଗାର । ପ୍ଲାନ କୁ ଜାଣି ପାରି ଭଣ୍ଡୁର କଲା ଜଳେଶ୍ୱର ପୋଲିସ। ଛଦ୍ମ ବେଶରେ ଗ୍ରାହକ ସାଜି ମହିଳା ଙ୍କୁ ସେମ୍ପୁଲ ଦେଖିବା ବାହାନା ରେ ମାଡି ବସିଛି । ଜବତ ବ୍ରାଉନ ଓଜନ ପ୍ରାୟ ୨୭୨ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୭ଲକ୍ଷ ଟଙ୍କା ହେବ । ତେବେ ଏହା ପଛରେ କିଏ ମାଷ୍ଟର ମାଇଣ୍ଡ ସେନେଇ ଅଧିକ ତଦନ୍ତ କରୁଛି ଜଳେଶ୍ୱର ପୋଲିସ ।
Surajtv Surajtv Odia CMO Odisha