ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ କୁରେଇବଗା ସଫେଇ ନାଳ ନିକଟରେ ଆଜି ଅପରାହ୍ନ ପ୍ରାୟ ୫.୩୦ ସମୟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ରେ ପିଟି ହୋଇଯିବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ ବାମଡା ବ୍ଳକ ଅନ୍ତର୍ଗତ ବାଉଁଶଲଗା ଗ୍ରାମର ଜେନାମଣୀ ନାଏକ (୩୬) ଓ କେଦାର ଭୁମିଜ (୩୬) କୈାଣସି କାମରେ ବାଇକ ଯୋଗେ ରାଉରକେଲା ଯାଇ ଫେରୁଥିବା ବାଟରେ କୁରେଇବଗା ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସିପଡ଼ି ଥିଲେ।