ଗିରିଗୋବର୍ଦ୍ଧନ ବୃଦ୍ଧାଶ୍ରମ ଶୁଭାରମ୍ଭରେ ସଂକଳ୍ପ ପରିବାରର ରକ୍ତଦାନ ଶିବିର
୫ ମହିଳାଙ୍କ ସମେତ ୪୦ ଜଣଙ୍କ ସ୍ୱେଚ୍ଛାକୃତ ରକ୍ତଦାନ
ବରଗଡ଼: ଭଟଲି ବ୍ଲକ ଅନ୍ତର୍ଗତ ନଲିଛୁଆଁଠାରେ ପବିତ୍ର ଗିରିଗୋବର୍ଦ୍ଧନ ପୂଜା ଅବସରରେ ନବନିର୍ମିତ ଗିରିଗୋବର୍ଦ୍ଧନ ବୃଦ୍ଧାଶ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ୫ ଜଣ ମହିଳାଙ୍କ ସମେତ ମୋଟ ୪୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏଥିମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ରକ୍ତଦାନ କରି ସେବା ଓ ମାନବିକତାର ପରିଚୟ ଦେଇଥିଲେ।
ଶିବିରକୁ ମୁଖ୍ୟ ଅତିଥି ଭାବେ ସୁକୁଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ବିରୁପାକ୍ଷ ପଧାନ ଏବଂ ସମ୍ମାନିତ ଅତିଥି ବିଶ୍ୱ ବୁଦ୍ଧିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଆଶ୍ରମ ପରିଚାଳନା କମିଟିର ଦୁର୍ଗାପ୍ରସାଦ ଅଗ୍ରୱାଲ, ରମାକାନ୍ତ ପଣ୍ଡା, ଅକ୍ଷୟ ସାହୁ ଓ ନରେନ୍ଦ୍ର ମାଝୀଙ୍କ ସହଯୋଗରେ ଶିବିରଟି ସଫଳତାର ସହ ଆୟୋଜିତ ହୋଇଥିଲା। ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସମେତ ଯଶୋବନ୍ତୀ ପୋଢ଼, ସୁରେନ୍ଦ୍ର ଭୁଏ, ରଞ୍ଜିତ ସାହୁ,