#ଡାବୁଗାଁ_ମୁଖ୍ୟରାସ୍ତା_ସାଜିଛି_ମରଣଯନ୍ତା_ତୁରନ୍ତ_ମରାମତ_ପାଇଁ_ଦାବି ¡¡ #TheCommonTimes #dinaratitv
ଡାବୁଗାଁ (ନବରଙ୍ଗପୁର): ଡାବୁଗାଁ ସଂଯୋଗୀକରଣ ରାସ୍ତା ହେଉଛି ନବରଙ୍ଗପୁର-ଉମରକୋଟ (SH-39-୩୯ ) ମୁଖ୍ୟ ରାସ୍ତା। ଏହି ରୁଟ୍ ଦେଇ ପ୍ରତିଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡ଼ର ରାୟପୁର, ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ଉମରକୋଟ ଭଳି ଅନେକ ଦୂରଗାମୀ ସ୍ଥାନକୁ ଶହ ଶହ ଯାତ୍ରୀବାହୀ ବସ୍, ମାଲବାହୀ ଟ୍ରକ୍ ଓ ନିତ୍ୟବ୍ୟବହାର୍ଯ୍ୟ ଗାଡ଼ି ଯାତାୟାତ କରିଥାଏ। ଏହି ରାସ୍ତାର ମଝିରେ ରହିଛି ଗୁରୁତ୍ୱପୂର୍ଣ୍ଣ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଓ ବ୍ୟବସାୟିକ ପେଣ୍ଠସ୍ଥଳ। ଡାବୁଗାଁ ଆଙ୍ଗୀ ନଦୀଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଏହି ମୁଖ୍ୟ ରାସ୍ତା (SH-39-୩୯ ) , ଡାବୁଗାଁ ମୁଖ୍ୟ ଛକଠାରୁ କେଲିଆ ପର୍ଯ୍ୟନ୍ତ, ଓ ଡାବୁଗାଁ ମୁଖ୍ୟ ଛକ/ବସ୍ଷ୍ଟାଣ୍ଡ ପ୍ରବେଶ ପଥ ,ଜୟନ୍ତୀନଗର ପ୍ରବେଶ ପଥ , ଆଦି ପ୍ରମୁଖ ସ୍ଥାନଗୁଡ଼ିକରେ ଖାଲଖମା ସହିତ ଅଳିଆ ଆବର୍ଜନାର ପାହାଡ଼ ସୃଷ୍ଟି ହୋଇଛି। ସାଧାରଣ ଯାତ୍ରୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସାକ୍ଷାତ୍ କାଳ ସାଜିଛି। ରାସ୍ତାର ଶୋଚନୀୟ ସ୍ଥିତି ଓ ବିପର୍ଯ୍ୟସ୍ତ ପରିବେଶକୁ ଦେଖିଲେ ଯେକୌଣସି ନାଗରିକ ପ୍ରଶାସନିକ ଅବହେଳା ପାଇଁ ଲଜ୍ଜିତ ହେବା ସାବ୍ୟସ୍ତ ହେଉଛି।
ଗତ ୨ ବର୍ଷ ହେବ ନିର୍ମାଣ କାମ ମନ୍ଥର ଚାଲିଥିବା ବେଳେ ୪ ମାସ ହେବ ସମ୍ପୂର୍ଣ୍ଣ ବନ୍ଦ ରହି ରାସ୍ତାସାରା ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ମରଣଯନ୍ତା ରାସ୍ତାରେ ଛୋଟ-ବଡ଼ ଦୁର୍ଘଟଣା ଘଟି ଅନେକ ବାହାନ ଚାଳକ ଓ ପଥଚାରୀ ଆହାତ ହେଉଥିଲେ ମଧ୍ୟ ସମ୍ବନ୍ଧିତ ବିଭାଗ ଓ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।