ଜୟପୁର ଟାଉନ୍ ଥାନା ଦ୍ଵାରା ଚୋରି ମାମଲାରେ ୩ ଗିରଫ। ତମ୍ବା ତାର, ଏସି ପାଇପ୍ ଓ ଏଲଇଡି ଟିଭି ଜବତ।
ଜୟପୁର ଟାଉନ୍ ଥାନା ପୁଲିସ ଏକ ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ପୌରପାଳିକା ସୁଇପର କଲୋନୀର ସଦନ ଆକୋଜି ଓରଫ ସଙ୍କଦାରୁ (୩୫), ମଘଦୁ ନାୟକ (୩୫) ଓ ଅଜୟ ପରଜା (୨୦)। ସେମାନଙ୍କ ନିକଟରୁ ଚୋରି ସମ୍ପର୍କିତ ତମ୍ବା ତାର, ଏସି ପାଇପ୍ ଓ ଏକ ଏଲଇଡି ଟିଭି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଇନାନୁସାରେ ଅଦାଲତରେ ହାଜର କରି ଚାଲାଣ କରାଯାଇଛି।