ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସିଆଙ୍ଗ ଠାରେ ଥିବା ପମ୍ପହାଉସରୁ ପ୍ୟାନେଲ ବୋର୍ଡ ଓ ବ୍ଲିଚିଂ ଡ୍ରୋଜିଂ ମେସିନ ଚୋରି ଅଭିଯୋଗ, ଥାନାରେ ମାମଲା ରୁଜୁ
ଗତ ରବିବାର ବିଳମ୍ବିତ ରାତିରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ମାଣ୍ଡୁକି ପଞ୍ଚାୟତର ସିଆଙ୍ଗ ସ୍ଥିତ ପମ୍ପ ହାଉସରୁ ଦୃର୍ବୁତ୍ତ ମାନେ ପ୍ୟାନେଲ ବୋର୍ଡ ସହ ବ୍ଲିଚିଂ ଡ୍ରୋଜିଂ ମେସିନକୁ ଚୋରୀ କରିନେଇଛନ୍ତି। ଏନେଇ ପଞ୍ଚାୟତ ସରପଞ୍ଚ ରୋଜାଲିନ ଜେନାଙ୍କ ପକ୍ଷରୁ ଗତକାଲି ସନ୍ଧ୍ୟା 5ଟାରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିବା ନେଇ ଆଜି ରାତିରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।