ଗତକାଲି ସନ୍ଧ୍ୟା 7ଟାରେ ଅସନ ଭିଆପି କଲୋନୀରେ ଘର ନିର୍ମାଣକୁ କେନ୍ଦ୍ରକରି ଜୈନକ ଦମ୍ପତିଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଆଜି ରାତିରେ ପୋଲିସ ସୂଚନା ଦେଇଛି।ଆକ୍ରମଣର ଶିକାର ହୋଇଥିବା ଅଳସା ଗ୍ରାମର ଜୟକୃଷ୍ଣ ନାୟକଙ୍କ ପତ୍ନୀ ରେଖା ରାଣୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ରେଖା ରାଣୀଙ୍କ ଭାଇ ଦେବଦତ୍ତ ଜେନାଙ୍କ ଅସନ ଭିଆପି କଲୋନୀରେ ଥିବା ନିର୍ମାଣାଧୀନ ଘରକୁ ରେଖା ରାଣୀ ବୁଝାସୁଝା କରୁଛନ୍ତି। ଗତକାଲି ସେ ସ୍ଵାମୀଙ୍କ ସହ ଉକ୍ତ ଘରକୁ ଯାଇଥିଲା ବେଳେ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ।