ଅସ୍ତରଙ୍ଗ: ମଦ୍ୟପାନ କରି ବାଇକ୍ ଚଳାଇବା ପଡିଲା ମହଙ୍ଗା, ଅସ୍ତରଙ୍ଗ ବଜାରରୁ ବାଇକ୍ ଜବତ ସହ ଅଭିଯୁକ୍ତ ଗିରଫ, ଥାନାରେ ମାମଲା ରୁଜୁ
ଗତକାଲି ଅସ୍ତରଙ୍ଗ ପୋଲିସ ପକ୍ଷରୁ ବଜାରରେ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଥାନା ଅନ୍ତର୍ଗତ ପାଟଳଦା ଗ୍ରାମର ନରସିଂହ ତ୍ରିପାଠୀ ନାମକ ଜଣେ ଯୁବକ ବେପରୁଆ ଭାବରେ ବାଇକ୍ ଚଳାଇବା ସମୟରେ ପୋଲିସ ଟିମ ତାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ନରସିଂହ ନିଶାଗ୍ରସ୍ତ ଥିବା ଦେଖି ପୋଲିସ ଟିମ ତାକୁ ନେଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଅତ୍ୟଧିକ ମଦ୍ୟପାନ କରିଥିବା ଜଣା ପଡ଼ିଥିଲା। ପରେ 4ପୋଲିସ ଟିମ୍ ବାଇକ୍ ସହ ଅଭିଯୁକ୍ତକୁ ଗିରଫ କରି ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ ଆଜି ମଧ୍ୟାହ୍ନ 12ଟାରେ ଅଭିଯୁକ୍ତକୁ ଧାରା 41ରେ ଛଡ଼ା ଯାଇଛି।