କୁଟୁରାଚୁଆଁ ହାଇ ସ୍କୁଲରେ ବନ ମହୋତ୍ସବ ପାଳିତ
କୁଚିଣ୍ଡା:୮/୭ କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ସରକାରୀ ନୋଡାଲ ହାଇ ସ୍କୁଲ ପରିସରରେ ୭୭ ତମ ଜାତୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସାମାଜିକ କର୍ମୀ ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସ୍କୁଲ ଅଡିଟୋରିଅମ ରେ ଆୟୋଜିତ ଏହି ଉତ୍ସବରେ ସବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଓ ଅଭିଭାବକ, ଅଭିଭାବିକା ଙ୍କ ଉପସ୍ଥିତି ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ,କୁଚିଣ୍ଡା ବନାଞ୍ଚଳ ର ବନ ପାଳ ଅନୁରାଧା ଖର୍ସେଲ, ବନରକ୍ଷୀ ସୁଶ୍ରୀ ପ୍ରତିଭା ବେହେରା ଅନ୍ୟତମ ବରିଷ୍ଠ ବନ କର୍ମଚାରୀ ଝରଣା ମୟ,ବସନ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ ସହ ତାକୁ ବଞ୍ଚାଇ ରଖିବାର ଆବଶ୍ୟକତା ଉପରେ କହିଥିଲେ । ଏହା ପରେ ସହକାରୀ ଶିକ୍ଷକ ସୁଯୋଗ୍ୟ ପଟେଲ, ବଳରାମ ସାହୁ,ରାଜୀବ ସାହୁ ଓ ବଙ୍କିମ ପଧାନଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ର ,ଛାତ୍ରୀ ସ୍କୁଲ ପଡ଼ିଆକୁ ଯାଇ ପ୍ରାୟ ସହେ ଟି ଫଳ ଚାର। ରୋପଣ କରିଥିଲେ ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ଯମୁନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ରୋପଣ କରି ଥିବା ଚାରା ଗୁଡ଼ିକ ଯତ୍ନର ସହ ବଢେଇବା ପାଇଁ ସମସ୍ତେ ସବୁଜ ଶପଥ ନେଇଥିଲେ । #kuchindtvlive #kuchinda #sambalpur #wildlife #bamra #forest