#ବିଜୁ_ପଟ୍ଟନାୟକ_ଇଣ୍ଡୋର_ଷ୍ଟାଡିୟମ୍ #କୁଚିଣ୍ଡା
କୁଚିଣ୍ଡା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ମେଗା ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ତଥା କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।ଇଣ୍ଡୋର୍ କ୍ରୀଡା ପରିସର ରେ ଥିବା ମୁଖ୍ୟ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ। ଇଣ୍ଡୋର୍ ପରିସର ରେ ଥିବା ସମସ୍ୟା ଗୁଡିକ ଅତି ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀତ ଭାବେ ଡାଃ ଦିଲୀପ ପାଣି,ଏସଡିପିଓ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗଦାନ କରିଥିଲେ।ଅନ୍ୟାନ୍ୟ ମେମ୍ବର ରାଜେଶ କୁମାର ଶର୍ମା, ସିମନ୍ ଦ୍ଵିବେଦୀ, ଅନୁଭବ ଶର୍ମା, ପଦ୍ମପାଦ ପାଣିଗ୍ରାହୀ ତଥା ଖେଳାଳି ଓ ଅଭିଭାବକ ମାନେ ସହଯୋଗ କରିଥିଲେ। #kuchindatvlive #kuchinda #environment #BreakingNews