ବୌଦ୍ଧ ପୋଲିସ ପକ୍ଷରୁ "ମିଶନ୍ ଜୀବନ ରକ୍ଷା"ର ଶୁଭାରମ୍ଭ!
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଏବଂ ସମସ୍ତଙ୍କ ଯାତ୍ରାକୁ ସୁରକ୍ଷିତ କରିବା ଲକ୍ଷ୍ୟରେ, ମାନ୍ୟବର ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରୁ ଆରମ୍ଭ ହୋଇଛି "ମିଶନ୍ ଜୀବନ ରକ୍ଷା" ଅଭିଯାନ।
ସାଥୀରେ ଅଛନ୍ତି: ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ସେବା ଓ RTO।
"ସୁରକ୍ଷିତ ରାସ୍ତା | ସୁରକ୍ଷିତ ଲୋକ | ସୁଦୃଢ଼ ସମାଜ"
"ପ୍ରତ୍ୟେକ ଜୀବନ ମୂଲ୍ୟବାନ"
ଏହି ମିଶନର ୫ଟି ପ୍ରମୁଖ ସଚେତନତା ବାର୍ତ୍ତା:
1️⃣ ଗୁଡ୍ ସାମାରିଟାନ୍ (ରାହ-ବୀର) ହୁଅନ୍ତୁ: ଦୁର୍ଘଟଣାସ୍ଥଳରେ ଅଟକନ୍ତୁ, ୧୧୨କୁ କଲ୍ କରନ୍ତୁ, ସାହାଯ୍ୟ କରନ୍ତୁ। (ସହାୟତା ପ୍ରଦାନକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ରହିଛି)
2️⃣ 'ଗୋଲଡେନ୍ ଆୱାର୍'ର ମହତ୍ତ୍ୱ: ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ମଧ୍ୟରେ ଚିକିତ୍ସା ସହାୟତା ଜଣଙ୍କ ଜୀବନ ବଞ୍ଚାଇପାରେ।
3️⃣ ସୁରକ୍ଷା ଉପକରଣ: ଦୁଇଚକିଆ ଚାଳକ ହେଲମେଟ୍ ଏବଂ ଚାରିଚକିଆ ଚାଳକ ସିଟ୍ ବେଲ୍ଟ ନିଶ୍ଚୟ ବ୍ୟବହାର କରନ୍ତୁ।
4️⃣ ବେପରୁଆ ଗାଡ଼ି ଚାଳନାକୁ ନା: 'ଡ୍ରିଫ୍ଟିଂ' ଏବଂ ଅସାବଧାନ ଗାଡ଼ି ଚାଳନାରୁ ଦୂରେଇ ରୁହନ୍ତୁ।
5️⃣ ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ: ଏହା ମୃତ୍ୟୁର କାରଣ ହୋଇପାରେ।
ଆସନ୍ତୁ, ସଡ଼କ ନିୟମ ମାନିବା ଏବଂ ଅମୂଲ୍ୟ ଜୀବନ ରକ୍ଷା କରିବାରେ ବୌଦ୍ଧ ପୋଲିସକୁ ସହଯୋଗ କରିବା।
#BoudhPolice #MissionJibanaRaksha #RoadSafety #GoodSamaritan #DriveSafe #SaveLives #OdishaPolice