ବୌଦ୍ଧରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ l ସେମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଉପରେ ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କ ସମାଜକୁ ଆହ୍ୱାନ l
ବୌଦ୍ଧ ଜିଲ୍ଲାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟ କ୍ରମରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି, ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ l ସଭାରେ ସଦସ୍ଯ ବୃନ୍ଦ, ଜରାନିବାସର ବରିଷ୍ଠ ନାଗରିକ, ବୌଦ୍ଧ ବ୍ଲକ ଅଞ୍ଚଳର ବରିଷ୍ଠ ନାଗରିକ ବୃନ୍ଦ, ବୁଦ୍ଧିଜୀବୀ,ପୋଲିସ ପ୍ରଶାସନ, ମେଡିକାଲ ଟିମ,ଫାୟାର ଟିମ,ଆମ୍ୱୁଲେନସ, ସମାଜ ସେବୀ ,ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଥିଲେ। ଯୋଗ, ବରିଷ୍ଠ ନାଗରିକ ସଚେତନତା କାର୍ଯ୍ଯକ୍ରମ ଯୋଜନା, ମେଡିକାଲ କ୍ଯାମ୍ପ ଇତ୍ୟାଦି ଅନୁଷ୍ଠିତ ହେଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ
#Boudh #InternationalDayOfOlderPersons #SeniorCitizenDay #BoudhNews #SocialWelfare