ଜଳେଶ୍ୱର ପୋଲିସକୁ ବଡ଼ ସଫଳତା। ବ୍ରାଉନ ସୁଗାର ଚାଲାଣ ବେଳେ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ।ଗିରଫ ମହିଳା ଜଣକ ହେଲେ ରାଜପୁର ଅଞ୍ଚଳର ଜବଦା ବିବି।
ସୂଚନା ଅନୁଯାୟୀ, ଆଜି ସକାଳେ ଜବଦା ବିବି ବ୍ରାଉନ ସୁଗାର ନେଇ ଯାଉଥିବା ନେଇ ଜଳେଶ୍ୱର ପୋଲିସ ଖବର ପାଇଥିଲା। ଖବର ପାଇ ବାଘାବାଳି ନିକଟରେ ଚଢ଼ାଉ କରିଥିଲା ପୋଲିସ।
ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଏନେଇ ୫୯୮/୨୬ ନମ୍ବରରେ ମାମଲା ରୁଜୁ କରି ଜବଦା ବିବିଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
#spbalasore #OdishaPolice #jalasore