#ଧାନ_ବିଲରୁ_୧୦_ଫୁଟ_ଲମ୍ବର_ଅଜଗର_ସାପ_ଉଦ୍ଧାର
ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ତିଳପଡା ନିକଟରେ ଧାନବିଲରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ବୁଲୁଥିବାର ସ୍ଥାନୀୟ ଚାଷୀ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ବୈରୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବୈରୀ ବନପାଳ ଜୀବନ ବେହେରା, ଫରେଷ୍ଟ ଗାର୍ଡ ଅଶ୍ୱିନୀ କୁମାର ସାହୁ, ବନ କର୍ମଚାରୀ ରଜତ ମହାନ୍ତି, ପୁରୁଷୋତ୍ତମ ଗୋଛାୟତ ଓ ସିବୁନ ସ୍ୱାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ କଳାକଳା ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି।
#ByreeRenjar
#Dalijoda
#Snakerescue
#Snakerescueoperation
#ASMITAKHABAR
Jajapur, Jajpur | Sep 14, 2026