ଜମନକିରା ରେ ବାୟୁ ପ୍ରଦୂଷଣ ମୁକ୍ତ ନାରାୟଣୀ ଇଭି ହ୍ବିଲସ୍ ଉଦଘାଟିତ
କୁଚିଣ୍ଡା :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଦଶଘରିଆ ଛକ ଠାରେ ନାରାୟଣୀ ଇଭି ହ୍ବିଲସ୍ ଜମନକିରା ପକ୍ଷରୁ ଏକ ନୂତନ ସୋ ରୁମ୍ ଶୁଭ ଉଦଘାଟନ ହୋଇଛି।ଏଠାରେ ମାଇଁ ସିଗ୍ନେଚର,ଅଲଟ୍ରା ପ୍ରୋ,ଇଭି ରିବେଲ,ସୁଇମ୍ ଇଭି ସୋହୋ,ରିବେଲ ଏକ୍ସ ଓ୍ବାନ୍,ଏଥର ହ୍ବାଇଟ୍,ସୁଇମ ପ୍ରୋ,ସୁଇମ୍ ଇଭି ଲାଇଟ୍ ଏବଂ ଭିନ୍ନ ଭିନ୍ନ ପ୍ରକାର ର ଇଲେକ୍ଟ୍ରୋନିକ ସ୍କୁଟି,ବାଇକ,ଟେମ୍ପୁ ତଥା ଇରିକ୍ସା ଓ ବିଭିନ୍ନ ମୋଡେଲ ର ଆଧୁନିକ କୈାଶଳ ରେ ତିଆରି ତଥା ପ୍ରଦୂଷଣ ମୁକ୍ତ ଗାଡି ମଟର ସୁଲଭ ମୂଲ୍ୟରେ ଅଞ୍ଚଳ ବାସୀଙ୍କୁ ଯୋଗେଇବା ଉଦ୍ଦେଶ୍ୟରେ ବୁଧବାର ସକାଳେ ଉକ୍ତ ସୋରୁମ୍ ମାଲିକ ରାମନାରାୟଣ ସାହୁ ଏବଂ ତାଙ୍କ ପରିବାର ସମସ୍ତେ ସାମିଲ ହୋଇ ଶୁଭ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରି ତାଙ୍କ ନାତୁଣୀ ଆଦ୍ୟାସା ସାହୁ ଙ୍କ ହାତରେ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି।ଏହି ଅବସରରେ ଅଞ୍ଚଳର ଅନେକ ଜନସାଧାରଣଙ୍କ ସମାଗମ ହୋଇଥିଲା।#kuchindatvlive #jamankiranews #jamankira #sambalpur #odishanews #BreakingNews #automobile