ଢେଙ୍କାନାଳ ଟାଉନ ଥାନା ପୋଲିସକୁ ମିଳିଛି ଏକ ସଫଳତାଧରାପଡ଼ିଲା ଛିନତାଇ ଘଟଣାର ମୁଖ୍ୟ ଅଭିଯୁକ୍ତ।ଧରାପଡ଼ିଲା ଛିନତାଇ ଘଟଣାର ମୁଖ୍ୟ ଅଭିଯୁକ୍ତ।
ତା୧୧/୦୯/୨୦୨୬, ଶୁକ୍ରବାର, ଢେଙ୍କାନାଳ।
#public#newsodiaodisha#Dhenkanal
ଢେଙ୍କାନାଳ ଟାଉନ ଥାନା ପୋଲିସକୁ ମିଳିଛି ଏକ ସଫଳତା। ସହର ଭିତରେ ଘଟିଥିବା ୩ଟି ଛିନତାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଯାଜପୁର ଜିଲା ବରି ଥାନା ରାମଚନ୍ଦ୍ରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ (୫୦)ଙ୍କୁ ଗିରଫ କରାଯିବା ସହ ତା ଠାରୁ ଗୋଟିଏ ସିଲଭର ରଙ୍ଗର ଓଡି -୦୫ ୱାଇ-୩୯୬୧ ନଂ ମାରୁତି ଅଲଟୋ କାର ଏବଂ ୩୪.୦୭ ଗ୍ରାମର ୩ଟି ସୁନା ଚେନ,୨ଟି ମୋବାଇଲ ଫୋନ ଏବଂ ୩ଟି ହାତ ଘଣ୍ଟା ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ୬ ସମ୍ମିଳନୀ କରି ସଦର ଏସଡିପିଓ ରମେଶ ଚନ୍ଦ୍ର ଦୋରା ସୂଚନା ଦେଇଛନ୍ତି।
ଗତ ଜୁଲାଇ ୫ ତାରିଖ ଦିନ ପ୍ରାୟ ୧ଘଣ୍ଟା ସମୟରେ ଅଭିଯୁକ୍ତ ପ୍ରଶାନ୍ତ ମହିଁଷାପାଟ ଠାରେ ଥୁବା ଭିଜିଲାନ୍ସ ଅଫିସ ପଛପାଖରେ ରହୁଥିବା ହିମାଂଶୁ କୁମାର ପରିଜା (୭୫)ଙ୍କ ଘରକୁ ଆସି ସେ ତାଙ୍କ ଗ୍ରାମର ସମ୍ପର୍କିୟ ବନ୍ଧୁର ପରିଚୟ ଦେଇ ଘର ଭିତରକୁ ପସିଥିଲା। ହିମାଂଶୁଙ୍କ ପରିବାର ସଦସ୍ୟ ତାଙ୍କ ଉପରେ ବିଶ୍ଵାସ କରି ତାଙ୍କୁ ଜଳଖିଆ ଦେବା ସହ ବନ୍ଧୁ ଚର୍ଚ୍ଚା କରିଥିଲେ। ଏହି ସମୟରେ ହିମାଂଶୁ ଶୌଚ ପାଇଁ ଗାଧୁଆ ଘରକୁ ଯାଇଥିବାର ସୁଯୋଗ ନେଇ ହିମାଂଶୁଙ୍କ ସ୍ତ୍ରୀ କାଞ୍ଚନବାଳା ପରିଜାଙ୍କ ବେକରୁ ଏକ ସୁନାଚେନକୁ ଯୋର ଜବରଦସ୍ତ ଝାମ୍ପି ନେଇ ପଳାଇ ଯାଇଥିଲା।
ଟାଉନ ଥାନା ପୋଲିସ ସିସିଟିଭି ଗୁଡିକୁ ଯାଞ୍ଚ କରି ଅଭିଯୁକ୍ତକୁ ଧରିବାରେ ସଫଳ ହେବାସହ ଢେଙ୍କାନାଳ ସହରସ୍ଥ ଦେଉଳ ସାହି ଓ ଆନନ୍ଦ ନଗର ଠାରେ ଘଟିଥିବା ଅନ୍ୟ ଦୁଇ ଛିନତାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବୋଲି ଜାଣିବାକୁ ପାଇଥିଲା।ଏହି ୩ଟି ଘଟଣାରେ ଛିନତାଇ ହୋଇଥିବା ୩ଟି ସୁନା ଚେନକୁ ମଧ୍ଯ ଉଦ୍ଧାର କରିବାରେ ଟାଉନ ଥାନ ପୋଲିସ ସଫଳତା ଲାଭ କରିଛି। ଢେଙ୍କାନାଳ ଟାଉନ ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଟିମ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ସଫଳତା ଲାଭ କରିଥିଲେ। ଅଭିଯୁକ୍ତ ପ୍ରଶାନ୍ତଙ୍କ ନାମରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନାରେ ଛିନତାଇ ମାମଲା ଥିବା ବେଳେ ସେ ବର୍ତ୍ତମାନ ବିଏସଏନଏଲ କଟକ ଅଞ୍ଚଳରେ ଚାକିରି କରୁଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।