ଗଁଦିଆ : ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ିବା ଫଳରେ ଜଣେ ଚାଷୀଙ୍କର ପ୍ରାଣହାନି ଘଟିଛି।ସାପ କାମୁଡ଼ାରେ ଚାଷୀ ମୃତ ।
ଢେଙ୍କାନାଳ ଗଁଦିଆ : ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ିବା ଫଳରେ ଜଣେ ଚାଷୀଙ୍କର ପ୍ରାଣହାନି ଘଟିଛି। ଚାଷୀ ଜଣକ ହେଉଛନ୍ତି ଗଁଦିଆ ବିଧାରପୁର ଗ୍ରାମର ସନାତନ ସାହୁ (୬୨) । ବୁଧବାର ସେ ବିଲରେ କାମ କରୁଥିବା ବେଳେ କାନକୁ ଏକ ବିଷଧର ସାପ କାମୁଡି ଦେଇଥିଲା। ସନ୍ଧ୍ୟା ୫ଟାରୁ ୭ ଟା ପର୍ଯ୍ୟନ୍ତ ସେ ବିଲରେ ପଡ଼ି ରହିଥିଲେ। ପରିବାର ଲୋକ ଖୋଜାଖୋଜି କରି ତାଙ୍କୁ ବିଲ ଭିତରୁ ଠାବ କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ସେଠାରେ ଡାକ୍ତର ତାଙ୍କୁ ମୃତ ଶବ୍ଦ ବ୍ୟବଚ୍ଛେଦ ଶବ ଗାଁରେ ପହଞ୍ଚିଥିଲା ବିଧାରପୁର ଛକରେ ସେ ଏକ ଛୋଟ ରାସନ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ସେ ଜଣେ ଶାନ୍ତ,ସରଳ,ନିଷ୍କପଟ ଓ ସ୍ବାଭିମାନୀ ସ୍ବଭାବର ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁରେ ବିଧାରପୁର ଓ ଗଁଦିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ �