ସମ୍ବଲପୁର ମ୍ୟୁନିସିପାଲଟି: ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ପାଇଁ ଗେଷ୍ଟ ହାଉସ ନିର୍ମାଣ ନେଇ ମାଧବ ମିର୍ଦ୍ଧା ରଖିଲେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ନିଜ ପ୍ରତିକ୍ରିୟା
ସମ୍ବଲପୁର ସହର ଠାରେ ଜିଲ୍ଲାର ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ସୁବିଧା ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ କରିବାକୁ ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଉପସଭାପତି ମାଧବ ମିର୍ଦ୍ଧା ଦାବି କରିଛନ୍ତି । ଏନେଇ ସେ ଆଜି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସମ୍ବଲପୁର କୁ ଆସୁଥିବା ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାଇଁ ଏକ ଗେଷ୍ଟ ହାଉସ ନିର୍ମାଣ ନେଇ ଆବଶ୍ୟକତା ରହିଛି। ଏନେଇ ସେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ନେଇ ମାଧବ ମିର୍ଦ୍ଧା ସୁଚନା ଦେଇଛନ୍ତି।