ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ବିଶ୍ଵବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘର ପ୍ରତିନିଧି ଦଳ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ କଲେ ସାକ୍ଷାତ
ଆଜି ସଂଧ୍ୟାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୁଯ୍ୟବଂଶୀ ସୁରଜଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ସାକ୍ଷାତ କରି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। କର୍ମଚାରୀ ସଂଘର ସଭାପତି ନିହାଲ ସିଂଙ୍କ ନେତୃତ୍ବରେ ଉପଦେଷ୍ଟା ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ବରିଷ୍ଠ ଆଇନଜୀବି ଦିପକ ରଞ୍ଜନ ବାଗ ପ୍ରମୁଖ ଏସଟି ଏସସି କର୍ମଚାରୀଙ୍କ ବିଭିନ୍ନ ପଦୋନ୍ନତି ଓ ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।